ବିହାର: ଆଜି ପାଳି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର । ବିହାର ଇଡି ମୁଖ୍ୟାଳୟରେ ପହଁଚିସାରିଛନ୍ତି ଲାଲୁ ଓ ଇଡି ଅଧିକାରୀଙ୍କ ଜେରାର ସମ୍ମୁଖୀନ ହେଉଛନ୍ତି । ଇଡି କାର୍ଯ୍ୟାଳୟରେ ପହଁଚିବା ସମୟରେ ଲାଲୁଙ୍କ ସହ ଶତାଧିକ ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।୨୦୦୪ରୁ ୨୦୦୯ ଯେଉଁ ସମୟରେ ଲାଲୁ ରେଳମନ୍ତ୍ରୀ ଥିଲେ ସେହି ସମୟର ଏହି ଦୁର୍ନୀତି । ଆଶାୟୀ ପ୍ରାର୍ଥୀଙ୍କୁ ଜମି ବଦଳରେ ଚାକିରୀ ଦେବା ନେଇ ମହାଦୁର୍ନିତୀର ପର୍ଦ୍ଦାଫାଶ ହେବା ପରେ ଅଡୁଆରେ ଯାଦବ ପରିବାର । ୨୦୨୪ ମସିହାରେ ଇଡି ଚାର୍ଜସିଟ ଦାଖଲ କରିବା ପରେ ଲାଲୁ, ରାବରୀ, ତେଜସ୍ବୀ, ମିଶା ଭାରତୀଙ୍କୁ ଲଗାତାର ଜେରା କରାଯାଉଛି ।