18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ‘ଚକ୍ରବ୍ୟୁହ’ ଭାଷଣକୁ ନେଇ ମୋ ବିରୋଧରେ ଇଡି ଷଡଯନ୍ତ୍ର ହେଉଛି : ରାହୁଲ ଗାନ୍ଧୀ

‘ଚକ୍ରବ୍ୟୁହ’ ଭାଷଣକୁ ନେଇ ମୋ ବିରୋଧରେ ଇଡି ଷଡଯନ୍ତ୍ର ହେଉଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଲୋକସଭାରେ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଯୋଜନା କରିଛନ୍ତି। ୨୦୨୪ ମସିହା ବଜେଟ୍‌ ଉପରେ ଆଲୋଚନା ବେଳେ ତାଙ୍କ ‘ଚକ୍ରବ୍ୟୁହ’ ଭାଷଣକୁ ନେଇ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି ବୋଲି ଇଡିର ଜଣେ ବ୍ୟକ୍ତି ତାଙ୍କୁ କହିଥିବା ସେ ଦାବି କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ସେ ଚାଓ ବିସ୍କୁଟ୍‌ ସହିତ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ହାତ ଖୋଲା କରି ଅପେକ୍ଷା କରିଛନ୍ତି।
ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଗାନ୍ଧୀ କହିଛନ୍ତି, “ବୋଧହୁଏ ପ୍ରତ୍ୟେକ ୨ ଜଣଙ୍କ ମଧ୍ୟରୁ ଜଣେ ମୋ ‘ଚକ୍ରବ୍ୟୁହ’ ଭାଷଣ ପସନ୍ଦ କଲେ ନାହିଁ। ସେଥିପାଇଁ ଇଡି ମୋ ବିରୋଧରେ ଏକ ଚଢ଼ାଉ ଯୋଜନା କରୁଛି।
ଜୁଲାଇ ୧୯ ତାରିଖରେ କଂଗ୍ରେସ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରି ଅ‌ାଲୋଚନା କରିବା ପରେ ଏପରି ଯୋଜନା ହେଉଥିବା କଥା ରାହୁଲ କହିଛନ୍ତି। ନିମ୍ନ ଗୃହ ବଜେଟ୍ ୨୦୨୪ ଉପରେ ଆଲୋଚନା କରୁଥିଲା। ତାଙ୍କ ସମ୍ବୋଧନରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଧୁନିକ ଯୁଗର “ଚକ୍ରବ୍ୟୁହ’’ ରେ ଭାରତୀୟଙ୍କୁ ଫାନ୍ଦରେ ପକାଇଛନ୍ତି।

“ହଜାରେ ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ୬ ଜଣ ମିଶି ଅଭିମନ୍ୟୁଙ୍କୁ ‘ଚକ୍ରବ୍ୟୁହ’ ଫାଶରେ ପକାଇ ହତ୍ୟା କରିଥିଲେ। ମୁଁ ଟିକିଏ ଅନୁସନ୍ଧାନ କରି ଜାଣିଲି ଯେ ‘ଚକ୍ରବ୍ୟୁହ’କୁ ‘ପଦ୍ମବ୍ୟୁହ’ ବି କୁହାଯାଏ ବୋଲି।’’ ସେ ମୋଦୀଙ୍କ ପଦ୍ମ ପ୍ରତୀକ ବ୍ୟବହାରକୁ ଇଙ୍ଗିତ କରି ଏପରି କହିଛନ୍ତି। ରାହୁଲ ଚକ୍ରବ୍ୟୁହର ୬ ଜଣ ଭାବେ ନରେନ୍ଦ୍ର ମୋଦୀ, ଅମିତ ଶାହା, ମୋହନ ଭଗବତ, ଅଜିତ ଡୋଭାଲ ଏବଂ ଅମ୍ବାନ୍ଦ ଆଦାନୀଙ୍କ ନାମ ଉଲ୍ଲେଖ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking