28.1 C
Bhubaneswar
Sunday, September 8, 2024
Homeଓଡିଶାଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ନେତୃତ୍ୱ ସରକାରଙ୍କ ବଜେଟ୍ ଆସନ୍ତାକାଲି (ଗୁରୁବାର) ଆସିବ । ମୋହନ ଚରଣ ମାଝୀଙ୍କ ସରକାରରେ ଏହା ପ୍ରଥମ ବଜେଟ୍ ହେବ । ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିବାରୁ ରାଜ୍ୟବାସୀ ଏକ ଭଲ ବଜେଟ୍ ଆଶା କରୁଥିବା ବେଳେ ବୁଧବାର ଅପରାହ୍ଣରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଆର୍ôଥକ ବର୍ଷ ୨୦୨୩-୨୪ ପାଇଁ ଓଡିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ଗତ ଥର ଅର୍ଥାତ ଆର୍ôଥକ ବର୍ଷ ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା । ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ମୁଣ୍ଡପିଛା ଆୟ ୧,୬୧,୪୩୬ ଟଙ୍କା ରହିଛି ।

ଏହା ଭାରତର ମୁଣ୍ଡପିଛା ଆୟଠାରୁ ୧୨.୪% କମ୍ । ତେବେ ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହେଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଆର୍ôଥକ ବର୍ଷ ୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଥିବାବେଳେ, ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡିଶା ୨୦୨୨-୨୩ରେ ୧୧ ତମ ସ୍ଥାନରେ ରହିଛି । ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର‌୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି ।

ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର‌୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ପୂର୍ବ ସରକାରଙ୍କ ଯୋଜନା, ନୀତି, ନୀତିକୁ ପ୍ରଣୟନ କରିବାର ଦକ୍ଷତା ଯୋଗୁଁ ଓଡ଼ିଶାର ଅଭିବୃଦ୍ଧି ଘଟିଛି । ଆମେ ବିଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କାମ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking