29.1 C
Bhubaneswar
Tuesday, February 10, 2026
Homeଓଡିଶାଇକୋ  ଟୁରିଜିମକୁ ପ୍ରାଧାନ୍ୟ : ମୁଖ୍ୟମନ୍ତ୍ରୀ

ଇକୋ  ଟୁରିଜିମକୁ ପ୍ରାଧାନ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଓଡିଶା  ୨୦୩୬ର ଯୋଜନା  ପ୍ରସ୍ତୁତ କରାଯାଉଛି । ଭିତ୍ତିଭୂମିର ବିକାଶ ପାଇଁ ପଯ୍ୟାପ୍ତ ନିବେଶ  କରାଯାଉଛି । ରାଜ୍ୟ ରାଜପଥ ଗୁଡିକୁ ୪ –ଲେନ କରାଯିବ । ମୁଖ୍ୟମନ୍ତ୍ରୀ ବସ ଯୋଜନାରେ ବସ ଯୋଗାଯୋଗ ସୁଦୃଢ  କରାଯିବ ।  କେବଳ ମହିଳା କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର  ମହିଳା ବସ ତଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ଶହ ୩୩ଟି ବସ ଷ୍ଟାଣ୍‌ଡ କରାଯିବ । ସୁବଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରକୁ ସବୁଦିନିଆ ବନ୍ଦରରେ ପରିଣତ କରାଯିବ । ଏକ ଶିଳ୍ପ କରିଡର ପ୍ରତିଷ୍ଠା କରାଯିବ । ଏକ ଏମଏସଏମଇ ହଷ୍ଟେଲ ପ୍ରତିଷ୍ଠା କରାଯିବ । ଏଥିରେ ବହୁତ କମ ଖର୍ଚ୍ଚରେ ୧୫ ହଜାର ଶ୍ରମିକ ରହିପାରିବ । ୯ଟି ବସ୍ତଶିଳ୍ପକୁ ଜିଆଇ ପାଇଁ ଆବେଦନ କରାଯିବ । ଇକୋ ଟୁରିଜିମକୁ  ପ୍ରାଧାନ୍ୟ  ଦିଆଯିବ । ଚିଲିକାକୁ ବିଶ୍ୱସ୍ତରୀୟ ପଯ୍ୟଟନସ୍ଥଳୀ କରିବାକୁ ପ୍ରୟାସ କରାଯିବ । ଭକ୍ତଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା କରାଯାଉଛି । ଏଥିରେ ଗରିବ ଭକ୍ତ  ସଦରମହକୁମାରୁ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ମା ତାରିଣୀ ମନ୍ଦିରର ସମନ୍ୱିତ ବିକାଶ କରାଯିବ । ଯୋରନ୍ଦା ମହିମା ଗଦିକୁ ବିକଶିତ କରାଯିବ । ଏଥିରେ ପଯ୍ୟଟନ ମିତ୍ରଙ୍କୁ ନିଯୁକ୍ତ କରାଯିବ । ଦେଶର ବିଭିନ୍ନ ସହରରେ ପଯ୍ୟଟନ ପରବ କରାଯିବ ।

ରାଜ୍ୟ ବଜେଟ ଉପସ୍ଥାପନ: କ’ଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ..

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking