ଭୁବନେଶ୍ୱର: ଲୋକମାନେ ନିଜକୁ ଫିଟ ରଖିବା ପାଇଁ ଓଜନ ହ୍ରାସ କରୁଛନ୍ତି । ହେଲେ ଜାଣିଛନ୍ତି କି ଓଜନ ହ୍ରାସ କରିବା ପାଇଁ କେଉଁ ଫଳ ଖାଇବା ଉଚିତ କେଉଁ ଫଳ ନୁହେଁ । ଆଭୋକୋଡୋ ଏକ ଫଳ ରହିଛି ଯେଉଁଥିରେ ୧୦୦ ଗ୍ରାମ ଆଭୋକୋଡାରୁ ୧୬୦ କ୍ୟାଲୋରୀ ମିଳିଥାଏ । ଏହା ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ସେହିପରି କଦଳୀ ରହିଛି । ଯେଉଁଥିରେ ଗୋଟିଏ କଦଳୀରେ ୧୫୦ କ୍ୟାଲୋରୀ ମିଳିଥାଏ । ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଭଲ ହୋଇଥାଏ । ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଏବଂ ୩୭. ୫ ଗ୍ରାମ କାର୍ବୋହାଇଡ୍ରେଟ ଥାଏ ।