14.1 C
Bhubaneswar
Thursday, January 15, 2026
Homeଓଡିଶାବାଦାମ ସହିତ ଏହିସବୁ ଫଳ ଖାଇବା ଦେହ ପାଇଁ ହାନିକାରକ

ବାଦାମ ସହିତ ଏହିସବୁ ଫଳ ଖାଇବା ଦେହ ପାଇଁ ହାନିକାରକ

ଭୁବନେଶ୍ବର: ବାଦାମକୁ ସୁପରଫୁଡ଼ ବୋଲି କୁହଯାଏ । କାରଣ ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ-ଇ, ମାଗ୍ନେସିୟମ ଓ ଆଣ୍ଟଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ପ୍ରତିଦିନ ବାଦାମ ଖାଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ଦ୍ବାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ। ତେବେ ଆପଣ ଯଦି ପ୍ରତିଦିନ ବାଦାମ ଖାଉଛନ୍ତି ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ। ତେବେ ଡ଼ାଇଟିସିଆନଙ୍କ ମତରେ ,ଏଭଳି କିଛି ଜିନିଷ ରହିଛି ଯାହାକୁ ବାଦାମ ସହିତ ଖାଇବା ଦ୍ବାରା ଶରୀର ପାଇଁ ଫାଇଦା ନୁହେଁ ବରଂ ହାନିକାରକ ହୋଇଥାଏ।

ବାଦାମର ନ୍ୟାଚୁରାଲ ନ୍ୟୁଟ୍ରିସିଅନ ଥାଏ ଯାହା ଶରୀର ପାଇଁ ବେଶ୍ ଲାଭଦାୟକ । ଯଦି ଆପଣ ନମକିନ ଜିନିଷ ଯେପରିକି ଚିପ୍‌ସ ବା ଛଣା ଜିନିଷ ସହିତ ବାଦାମ ଖାଉଛନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଅଧିକ ଲୁଣ ରକ୍ତଚାପକୁ ବଢାଇଥାଏ। ବାଦାମର ପୋଷକ ତତ୍ତ୍ବ ଫାଇଦା କମ୍ କରାଇଥାଏ। ସେହିପରି ବାଦାମରେ ମ୍ୟାଗ୍ନେସିଅମ ଥାଏ। କିନ୍ତୁ ଯଦି ଆପଣ କଫିନ୍ ସହିତ ବାଦାମ ଖାଆନ୍ତି ତେବେ ନିଦ ନ ହେବା, ଚିଡଚିଡାପଣ ଓ ହାର୍ଟ ରେଟ୍‌ରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଦେଇଥାଏ। ବାଦାମ ସ୍ବାସ୍ଥ୍ୟକର ସ୍ନାକ୍ସ ଅଟେ । କିନ୍ତୁ ଯଦି ଆପଣ ଏହାକୁ ମିଠା, ଚକୋଲେଟ ବା ମିଠା ଜାତୀୟ ଦ୍ରବ୍ୟ ସହିତ ଖାଆନ୍ତି , ତେବେ ଶରୀରରେ ବ୍ଲଡ଼୍ ସୁଗାର ଲେବଲ ଦ୍ରୁତଗତିରେ ବଢିପାରେ ।

ଏହା ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ହାନିକାରକ ହୋଇପାରେ । ସେହିପରି ଲେମ୍ବୁ , କମଳା, ଅଙ୍ଗୁର ଭଳି ଖଟା ଜାତୀୟ ଫଳ ସହିତ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦିଏ। ଖଟା ଫଳରେ ସିଟ୍ରିକା ଏସିଡ ଖାଏ କିନ୍ତୁ ବାଦାମରେ ଫାଇବର ଥାଏ। ତେଣୁ ଏହାକୁ ଏକାଠି ଖାଇବାଦ୍ବାରା ପେଟ ଦରଜ ଭଳି ସମସ୍ୟା ଦେଖାଦିଏ। ତେଣୁ ଖଟାଫଳ ଖାଇବା ପରେ କିମ୍ବା ପୂର୍ବରୁ ବାଦାମ ଖାଇବାରୁ ଦୂରେଇ ରୁହନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking