ଭୁବନେଶ୍ୱର : ଦୁର୍ବଳ ହାଡ କିମ୍ବା ଗଣ୍ଟି ଯନ୍ତ୍ରଣା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ବୟସ ସହିତ କ୍ୟାଲସିୟମ ଅଭାବ ହେତୁ ଲେକମାନଙ୍କର ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ କରନ୍ତି । ଏଭଳି ପରିସ୍ଥିତିରେ ଖାଦ୍ୟପେୟ ଉପରେ ଅନୁସରଣ କରିବାକୁ ପଡିବ । ହାଡକୁ ମଜଭୁତ କରିବା ପାଇଁ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଧନିଆ ପତ୍ର ଖାଇବା ଆବଶ୍ୟକ । ଯାହା ଶରୀରରେ ଫୁଲା ଏବଂ ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାର୍ଯ୍ୟ କରେ । ଧନିଆ ପତ୍ର ଭିଟାମିନ ସିର ଏକ ଉତ୍ତମ ଉତ୍ସ । ଯାହା ସ୍ୱାସ୍ଥ୍ୟ ପାଇଁ ଜରୁରୀ । ମାଣ୍ଡିଆ କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଯାହା ହାଡକୁ ମଜଭୁତ କରିବାରେ ସାହାର୍ଯ୍ୟ କରେ । ବାଦାମ ଖାଇବା ଗଣ୍ଠି ସ୍ୱାସ୍ଥ୍ୟ ପାଇଁ ଭଲ । କାରଣ ଏଥିରେ ଓମେଗା ୩ ଫ୍ୟାଟି ଏସିଡ ରହିଛି ।ଯାହା ଆର୍ଥଇଟିସ୍ ସହ ଜଡିତ ଯନ୍ତ୍ରଣା ଏବଂ ସମସ୍ୟାକୁ ହ୍ରାସ କରିବାରେ ସାହାର୍ଯ୍ୟ କରେ ।