32.1 C
Bhubaneswar
Saturday, September 28, 2024
Homeସ୍ୱାସ୍ଥ୍ୟଆଖିର ସୁରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଆଖିର ସୁରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ…

ଭୁବନେଶ୍ୱର : ଆଖିର ସୁରକ୍ଷା ପାଇଁ ଆପଣଙ୍କୁ କଣ ଖାଇବା ଉଚିତ୍‌ । ବାସ୍ତବରେ , ଆଖିର ସୁରକ୍ଷା ପାଇଁ ନାରଙ୍ଗୀ ,ଗୋଲାପୀ ଓ ଲାଲ୍‌ ରଙ୍ଗର ପନିପରିବା ଖାଇବା ଉଚିତ୍‌। ଭଲ ପୋଷଣ ଆମର ସଂପୂର୍ଣ୍ଣ ଶରୀରକୁ ସଠିକ୍‌ ଉପାୟରେ କାମ କରିବାରେ ସାହାଯ୍ୟ କରିଥାଏ । ଆଖିର ହେଲଥ୍‌ ମଧ୍ୟ ଆମର ସ୍ୱାସ୍ଥ୍ୟର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ , ଯାହାକୁ ଲୋକେ ଅନେକ ସମୟରେ ପ୍ରାଥମିକତା ଦେବେ ନାହିଁ , ଦୃଷ୍ଟିଶକ୍ତିକୁ ବୃଦ୍ଧି କରାଇବା ପାଇଁ ଓ ଅବାଞ୍ଚିତ ସମସ୍ୟାରୁ ରକ୍ଷା ପାଇଁ ଡେଲ୍‌ ପିନ୍ନାକ କିଛି ଜିନିଷ କହିଛନ୍ତି , ଯାହାକୁ ଡାଇଟ୍‌ରେ ନେବା ଉଚିତ୍‌ । ସାଲମନ ଫିସ୍‌ :ଫ୍ୟାଟ୍‌ ଯୁକ୍ତ ଓ ଖୁବ୍‌ ଭଲ ଟେଷ୍ଟର ସାଲମନ ମାଛରେ ପ୍ରୋଟିନ ବହୁତ ଅଧିକ ଥାଏ। ଏହାସହ ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍‌ ଓ ଏଷ୍ଟକ୍ସେନ୍ଥିନ ମଧ୍ୟ ହୋଇଥାଏ , ଯାହା ବୟସ ସମ୍ୱନ୍ଧିତ ମ୍ୟାକ୍ୟୁଲର ଡିଜେନରେଶନ (ଏଏମଡି), ଗ୍ଲୁକୋମା ଭଳି ଆଖିର ସ୍ଥିତିର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ। ଯଦି ଆପଣଙ୍କୁ ସାଲମନ ପସନ୍ଦ ନୁହେଁ ତ, ଏଷ୍ଟେକ୍ସେନ୍ଥିନର ଅନ୍ୟ ଭଲ ସୋର୍ସରେ ଟ୍ରାଉଟ୍‌ ବା ଝିଙ୍ଗେ ମଧ୍ୟ ଅଛି । ଓମେଗା ୩ ମ୍ୟାକରେଲ ( ଛୋଟ ସମୁଦ୍ର ମାଛ) , ସାର୍ଡିନ ( ମାଛ) , ବାଦାମ ଓ ଚିୟା ସିଡ୍ସରୁ ମଧ୍ୟ ମିଳିଥାଏ ।
ନାରଙ୍ଗୀ ପରିବା :ନାରଙ୍ଗୀ ଲଙ୍କା ଓ କନ୍ଦମୂଳ ଉଭୟ ହିଁ ବିଟା କ୍ୟାରୋଟିନ ନାମକ ଆଣ୍ଟିଅକ୍ସିଡେଣ୍ଟ ଫାଇଟୋକେମିକାଲରେ ନିଜର ନାରଙ୍ଗୀ ରଙ୍ଗ ପ୍ରାପ୍ତ କରିଥାଏ । ଆପଣଙ୍କ ଶରୀର ବିଟା କାରୋଟିନକୁ ଭିଟାମିନ-ଏ ରେ ପରିବର୍ତ୍ତିତ କରିଥାଏ , ଯାହା ଆଖି ପାଇଁ ଫଳପ୍ରଦ। ବିଶେଷଜ୍ଞଙ୍କ ଅନୁସାରେ , ବିଟା କେରୋଟିନ ଏଏନଡି, ମୋତିଆବିନ୍ଦୁ ଓ ଡାଇବେଟିସ ରେଟିନୋପାଥିର ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ।
ଟମାଟର :ଟମାଟରରେ ଲାଇକୋପାଇନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ , ଯାହା ମୋତିଆବିନ୍ଦୁର ବିକାଶର ବିପଦକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିପାଇଁ ସମସ୍ତଙ୍କୁ ଟମାଟର ବିଶେଷ ରୂପରେ ଖାଇବା ଉଚିତ , ଏଥିରେ ଓଭରଅଲ୍‌ ହେଲଥ୍‌ ସହ ଆଖି ମଧ୍ୟ ସୁସ୍ଥ ରହିବ। ଆଖିକୁ ସୁସ୍ଥ ରଖିବାରେ ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାରକରେ ଏକ୍ସରସାଇଜ୍‌ କରିବା , ପର୍ୟ୍ୟାପ୍ତ ଶୋଇବା ଏବଂ ପ୍ରତି ୨ ବର୍ଷରେ ଆଖିର ଯାଞ୍ଚ କରିବା ସାମିଲ ରହିଛି। ଏଥିରେ ଆପଣଙ୍କୁ ନିଜ ଠାରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବାରେ ସାହାଯ୍ୟ ମିଳି ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking