31.1 C
Bhubaneswar
Monday, July 8, 2024
Homeଖାଦ୍ୟଖାଇବା ଶେଷରେ ଖାଆନ୍ତୁ ମିଠା

ଖାଇବା ଶେଷରେ ଖାଆନ୍ତୁ ମିଠା

ଭୁବନେଶ୍ୱର : ଖାଇବା ପରେ କିଛି ମିଠା ଖାଇବା କଥା,ଯାହା ଆମକୁ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ ।  ତେବେ ପ୍ରକୃତରେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା  ।  ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ  ।  ଭୋଜନର ଶେଷରେ ମିଠା ଖିଆଯାଇଥଏ  ।  ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ  ।  ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ  ।  ଯାହା ଫଳରେ ଆମକୁ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ  । ଭୋଜନ ପରେ ଆମକୁ ଶୋଷ ହୋଇଥାଏ  ।  ଆମେ ପାଣି ପିଇବାକୁ ଇଛା କରିଥାଉ  ।  ତେବେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ  ।  କାରଣ ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ  ।  ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking