ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ଭୋର ପ୍ରାୟ ୩ ଟା ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି । ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଭୂମିକମ୍ପର ଅକ୍ଷାଂଶ ୯.୦୩ ଉତ୍ତର ଏବଂ ଦ୍ରାଘିମା ୯୨.୭୮ ପୂର୍ବ ବୋଲି ରିପୋର୍ଟ କରାଯାଇଛି । ମୃଦୁ ଭୂମିକମ୍ପ ଯୋଗୁଁ କୌଣସି ମୃତାହତର ରିପୋର୍ଟ ହୋଇନାହିଁ ।










