ଭୁବନେଶ୍ବର: ସକାଳୁ ସକାଳୁ ଥରିଲା ଓଡ଼ିଶାରେ । ରାଜ୍ୟରେ ଭୂମିକମ୍ପ ଝଟ୍କା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ବଙ୍ଗୋପସାଗରରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ଭୂକମ୍ପ ଫଳରେ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡ଼ିକରେ କମ୍ପନ ସୃଷ୍ଟି ହୋଇଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୧୦ ମିନିଟ୍ ୨୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋସାଗର ।
EQ of M: 5.1, On: 25/02/2025 06:10:25 IST, Lat: 19.52 N, Long: 88.55 E, Depth: 91 Km, Location: Bay of Bengal.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/J6q53lzNd1— National Center for Seismology (@NCS_Earthquake) February 25, 2025
ବଙ୍ଗୋପସାଗରରେ ୯୧ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଭୂମିକମ୍ପ ଝଟ୍କା ବିଶେଷ ଭାବରେ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବର ସହ ପୁରୀ, ବାରିପଦା, ବାଲେଶ୍ବର, ପାରାଦ୍ବୀପ ଓ ବ୍ରହ୍ମପୁରରେ ବି ଭୂକମ୍ପର ଝଟ୍କା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ପ୍ରାୟ ୨ରୁ୩ ସେକେଣ୍ଡ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଓଡ଼ିଶା ଠାରୁ ବଙ୍ଗୋପସାଗର ମଧ୍ୟରେ ୧୭୫ କିମି ଦୂରରେ କମ୍ପନର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡ଼ିଛି ।