ନେପାଳ: ନେପାଳରେ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ତ୍ରୀବ୍ରତା ୪.୮ । ସୂଚନା ଅନୁଯାଇ , ଆଜି ସକାଳେ ନେପାଳରେ ୪ .୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଜାତୀୟ ସେସମୋଲୋଜି (ଏନସିଏସ୍) ରିପୋର୍ଟ କହିଛି । ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ ଭୋର ସକାଳ ୩ :୫୯ ରେ ଏହି ଭୂକମ୍ପ ଘଟିଛି ବୋଲି ଏନସିଏସ୍ ସୂଚନା ଦେଇଛି । ଅକ୍ଷାଂଶ ୨୯ .୧୭ ଏନ ଏବଂ ଦ୍ରାଘିମା ୮୧ .୫୯ ଇ ରେ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ରେକର୍ଡ କରାଯାଇଛି ।