ଜାପାନ: ଜାପାନରେ ହୋଂସୁ ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ୮:୫୧ସମୟରେ ଜାପାନରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା । ଭୂମିକମ୍ପର ଅକ୍ଷାଂଶ ୩୭.୪୫ ଉତ୍ତରକୁ ଥିଲାବେଳେ ଦ୍ରାଘିମା ୧୪୧.୫୨ ପୂର୍ବକୁ ଥିଲା । ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ।









