33.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶଜମ୍ମୁକାଶ୍ମୀରରେ ଭୂକମ୍ପ ଝଟକା

ଜମ୍ମୁକାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର: ଭୂକମ୍ପ ଝଟକାରେ ଥରିଲା ଜମ୍ମୁକାଶ୍ମୀର । ଗତକାଲି ବିଳମ୍ବିତ ରାତିରେ  ଜମ୍ମୁକାଶ୍ମୀରର ବାରାମୂଳରେ ଭୂକ୍ମପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୦  ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପ କାରଣରୁ କୌଣସି ଧନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭୂକମ୍ପ ସମୟରେ ଲୋକେ ଘରେ ରହିଥିବା ବେଳେ ହଠାତ୍ ବାହାରକୁ ଚାଲି ଆସିଥିଲେ । ଭୂକମ୍ପର କେନ୍ଦ୍ର  ୧୦ କିଲୋମିଟର ରହିଥିବା ନେଇ କୁହାଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସେୟାର କରାଯାଇଛି । ପ୍ରକାଶ ଥାଉକି, ଏହାପୂର୍ବରୁ  ୨୦ ଅକ୍ଟୋବରରେ  ଜାମ୍ମୁ କାଶ୍ମୀରର ଦୋଡାରେ ଭୂକମ୍ପ ଅନୁଭୂତ ହୋଇଥିଲା। ୧୯-୨୦ ଅକ୍ଟୋବର ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୭ ରେ ରେକର୍ଡ କରାଯାଇଥିଲା । ସେହିପରି ନଭେମ୍ବର ୧୯ ତାରିଖରେ ଦୋଡା ଠାରେ ୪.୩ ତୀବ୍ରତାର  ଭୂକମ୍ପ ହୋଇଥିଲା । ଅକ୍ଟୋବର  ୧୩ରେ ମଧ୍ୟ ଲୋକମାନେ  ଦୋଡାରେ ଭୂକମ୍ପ  ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking