ବାଂଲାଦେଶ: ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ । ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏହାର ପ୍ରଭାବ ଢାକା ଏବଂ ପଡୋଶୀ ଜିଲ୍ଲାଗୁଡିକରେ ମଧ୍ୟ ଅନୁଭୂତ ହୋଇଥିଲା । ସକାଳ ପ୍ରାୟ ୬ଟା ୧୪ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନରସିଙ୍ଗଡି ଜିଲ୍ଲାରେ ପ୍ରାୟ ୩୦ କିଲୋମିଟର ଗଭୀରରେ ଥିଲା । ସୂଚନାଯୋଗ୍ୟ, ନିକଟରେ ବାଂଲାଦେଶର ଅନେକ ଅଞ୍ଚଳକୁ ୫୦୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ୧୦ ଜଣ ଲୋକ ପ୍ରାଣ ହରାଇଥିଲେ । ସେହି ସମୟରେ ଢାକା ଏବଂ ନରସିଙ୍ଗଡି ମଧ୍ୟବର୍ତ୍ତୀ ଅଞ୍ଚଳ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା ।










