17.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଆମେରିକାରେ ଭୂମିକମ୍ପ ଝଟ୍‌କା

ଆମେରିକାରେ ଭୂମିକମ୍ପ ଝଟ୍‌କା

ଆମେରିକା: ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ରେକର୍ଡ କରାଯାଉଛି। ଶନିବାର ସକାଳେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମାତ୍ର ୧୦ କିଲୋମିଟର ବ୍ୟାପୀ ଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଦକ୍ଷିଣ ଆମେରିକାର କେପ୍ ହର୍ନ ଏବଂ ଆଣ୍ଟାର୍କଟିକାର ମଧ୍ୟରେ ଥିବା ସମୁଦ୍ର ଡ୍ରେକ୍ ପାସେଜରେ ଏହି ଭୂମିକମ୍ପ ଘଟିଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ, ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ସୁନାମି ଚେତାବନୀ ଜାରି କରିଛି। ଚିଲିରେ ସମ୍ଭାବ୍ୟ ସୁନାମି ଆଶଙ୍କା ରହିଛି। ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନ ଯିବାକୁ ବିଶେଷ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking