27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆଫଗାନିସ୍ତାନରେ ଭୂକମ୍ପ: ୬୨୨ ମୃତ

ଆଫଗାନିସ୍ତାନରେ ଭୂକମ୍ପ: ୬୨୨ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ  ଝଟକା ଅନୁଭୁତ ହୋଇଛି । ଭୁକମ୍ପରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଲୋକ ଆହତ ହୋଇଥିବା  ନେଇ ସ୍ପଷ୍ଟ କରିଛି ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ୬ ତୀବ୍ରତାର ଝଟକା ଅନୁଭୂତ ହୋଇଛି । ସବୁଠୁ କ୍ଷତିଗ୍ରସ୍ତ  କୁନାର ପ୍ରୋଭିନ୍ସ ହୋଇଛି । ପଥରରେ ତିଆରି ଘର ଭୁଷୁଡି ଯାଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ଉଦ୍ଧାର ବାହିନୀ ଦଳ ପହଞ୍ଚି   ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି । ସୂଚନାଥାଉକି, ଅକ୍ଟୋବର ୭, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର  ଭୁମିକମ୍ପ  ହୋଇଥିଲା । ଅତି କମରେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking