ଭୁବନେଶ୍ୱର :ସୋସିଆଲ ମିଡିଆ ଯୁଗ ଲୋକଙ୍କୁ ରୋଜଗାର କରିବାର ଏକ ନୂତନ ସୁଯୋଗ ଦେଇଛନ୍ତି । ଏଥିର ବୟସ୍କମାନଙ୍କଠାରୁ ।ରମ୍ଭ କରି ଛୁଆ ଯାଏଁ ସମସ୍ତେ ଅନଲାଇନରେ ରୋଜଗାର କରୁଛନ୍ତି । ଏହା ସହ ଜଡିତ ଲୋକଙ୍କ ରୋଜଗାର ସେତିକି ବଢୁଛି । ବର୍ତ୍ତମାନ ସ୍କୁଲ ବୟସର ଜଣେ ଯୁବକ ମାସକୁ ୧୯ ହଜାର ଡଲାର ବା ୧୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏକ ପୋଷ୍ଟ ଅନୁଯାୟୀ ୧୭ ବର୍ଷୀୟ କଲିନ ମ୍ୟାକଡୋନାଲ୍ଡ ଅନଲାଇନରେ ତାଙ୍କର ଷ୍ଟିକର ବ୍ୟବସାୟ ଚଳାଉଛନ୍ତି । ତାଙ୍କ ମା କଲିନକୁ ପ୍ରିଣ୍ଟିଂ ମେସିନ , ଡିଜିଟାଲ ଚିତ୍ରାଙ୍କନ ପ୍ରଦାନ କରିଥିଲେ । କଲେନ ଯେତେବେଳେ ସେସବୁକୁ ଫେସବୁକରେ ସେୟାର କରିଥିଲେ । ସେତେବେଳେ ସେ ଏହି କାମ ପାଇଁ ଦରମା ପାଇବା ଆରମ୍ଭ କରିଥିଲେ । ସେ ଏସବୁ ସ୍କୁଲରୁ ଫେରିଲା ପରେ କରନ୍ତି । ଚଳିତ ବର୍ଷ ଆରମ୍ଭରେ ସେ ୨୦୦ରୁ ଅଧିକ ଆଇଟମ ବିକ୍ରି କରିଥିଲେ । ଏହା ସହିତ କାମରେ ଚାପ ଏବଂ ଅଧିକ ଆୟ ହେତୁ ଜୁଲାଇ ୨୦୨୪ ରଏ ସ୍କୁଲ ଛାଡିବା ପରେ ଅଲିନ ଏକ ବଡ ପ୍ରିଣ୍ଟର ମେସିନ କିଣି ଅନ୍ୟାନ୍ୟ ପ୍ଲାଟଫର୍ମରେ ୭୯,୯୩,୮୧୦ ଟଙ୍କା ମୂଲ୍ୟର ଷ୍ଟିକର ବିକ୍ରି କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟିକର ବିକ୍ରି କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।