20.1 C
Bhubaneswar
Saturday, December 6, 2025
Homeଓଡିଶାଇ-କେଓ୍ବାଇସି ; ଡିସେମ୍ବର ୩୧ ତାରିଖ ଯାଏ ବଢ଼ିଲା ଡେଡ୍‌ଲାଇନ୍

ଇ-କେଓ୍ବାଇସି ; ଡିସେମ୍ବର ୩୧ ତାରିଖ ଯାଏ ବଢ଼ିଲା ଡେଡ୍‌ଲାଇନ୍

ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ହିତାଧିକାରୀଙ୍କ ଆଧାର ଭିତ୍ତିକ ଈ-କେ.ୱାଈ.ସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି ।ଏତଦବ୍ୟତୀତ ଅଦ୍ୟାବଧି ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି ।କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଈ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ ।ଏହି ପ୍ରକ୍ରିୟା ଆସନ୍ତା ତା.୩୧.୧୨.୨୦୨୫ ପର୍ଯ୍ୟନ୍ତ ଚାଲୁରହିବ ।ଏପର୍ଯ୍ୟନ୍ତ କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନେ ତା.୩୧.୧୨.୨୦୨୫ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ ପାରିବେ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking