ନୂଆଦିଲ୍ଲୀ: ଏଲପିଜି ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ସ୍ପଷ୍ଟୀକରଣ । ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । କେବଳ ଅନଧିକୃତ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ଇ- କେୱାଇସି ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ଇ- କେୱାଇସି କରିବା ନାହିଁ । ଯେଉଁ ଏଲପିଜି ଉପଭୋକ୍ତା ଇ- କେୱାଇସି କରି ନାହାନ୍ତି ସେମାନେ କରିବେ । ଯଦି ପିଏମୟୁୱାଇ ଉପଭୋକ୍ତା ନୁହଁନ୍ତି, ପୂର୍ବରୁ ଇ- କେୱାଇସି କରିଛନ୍ତି, ଦରକାର ନାହିଁ । ପିଏମୟୁୱାଇ ଉପଭୋକ୍ତା ପ୍ରତି ବର୍ଷ ଇ- କେୱାଇସି କଲେ ଡିବିଟିରେ ପାଇବେ । ଇ- କେୱାଇସି ନିଜେ ଘରେ ବସି କରିପାରିବେ କହିଛନ୍ତି, ପେଟ୍ରୋଲିୟମ ମନ୍ତ୍ରାଳୟ । କୌଣସି କ୍ଷେତ୍ରରେ ବି ଏଲପିଜି ଯୋଗାଣ ପ୍ରଭାବିତ ହେବ ନାହିଁ ।










