ବାରଙ୍ଗ: ପ୍ରାଣୀଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମଥର ପାଇଁ ମା ହୋଇଛି । ଗୁରୁବାର ଦିନ ବଢି ଭୋର ସମୟରେ ଗୋଟିଏ ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଅଲଗା କରାଯାଇଛି । ପ୍ରକାଶ ଯେ ,ପ୍ରାଣୀଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ୭ବର୍ଷ ୪ମାସ ବୟସରେ ସେ ଏବେ ପଦାର୍ପଣ କରିଛି ।
୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନା ରୁ ଆସିଥିବା ପୁରୁଷ ସିମ୍ପାଞ୍ଜୀ ଜୁଲୁ ସହିତ ଦୁର୍ଗାର ଚଳିତବର୍ଷ ମେ ମାସ ୨୬ ରୁ ୨୯ ତାରିଖରେ ପ୍ରଥମେ ମିଳନ କରାଯାଇଥିଲା । ପରେ ପୁଣି ଜୁନ ୨ ରୁ ୬ ତାରିଖରେରେ ମିଳନ କରାଯାଇଥିଲା । ନନ୍ଦନକାନନ ଡାକ୍ତର ଦୁର୍ଗାର ରକ୍ତ ପରିକ୍ଷା କରିବା ପରେ ଜଣାପଡିଥିଲା ଯେ ଦୁର୍ଗା ମା ହେବାକୁ ଯାଉଛି । ସେହିଦିନ ଠାରୁ ଦୁର୍ଗା ପ୍ରତି ସ୍ୱତନ୍ତ୍ର ସୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ ।ଦୀର୍ଘ ୨୩୮ ଦିନ ଗର୍ଭଧାରଣ କରିବା ପରେ ଆଜି ଗୋଟିଏ ଶାବକ ଜନ୍ମ ଦେଇଛି। ଜନ୍ମ ଦେବାପରେ ମା ଓ ଛୁଆକୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇଛି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକକୁ ମିଶାଇ ସିମ୍ପାଞ୍ଜୀ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ୩ ଟି ଅଣ୍ଡିରା , ୫ ଟି ମାଇ କୁ ମିଶାଇ ୮ କୁ ବୃଦ୍ଧି ପାଇଛି।