25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଭ୍ୟାନ୍‌କୁ ଧକ୍କା ଦେଲା ଡମ୍ପର, ୫ ମୃତ

ଭ୍ୟାନ୍‌କୁ ଧକ୍କା ଦେଲା ଡମ୍ପର, ୫ ମୃତ

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଜବାହରପୁରା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହେବା ଭଳି ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି। ଏଠାରେ ଏକ ଭ୍ୟାନକୁ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ମହିଳାଙ୍କ ସମେତ ମୋଟ୍ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେହିପରି ଏହି ଦୁଘର୍ଟଣାରେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ସକାଳ ପ୍ରାୟ ୫ଟା ସମୟରେ ଏକ ଗୋଷ୍ଠୀ ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେତେକ ଭ୍ୟାନରେ ବସିଥିବା ବେଳେ ଅନ୍ୟମାନେ ରାସ୍ତାରେ ଠିଆ ହୋଇଥିଲେ। ହଠାତ୍ ଏକ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଏବଂ ଭ୍ୟାନକୁ ଧକ୍କା ଦେଇଥିଲା। ଭିଣ୍ଡ୍ ଜିଲ୍ଲା ପୁଲିସ ଅଧୀକ୍ଷକ ଅସିତ ଯାଦବ କହିଛନ୍ତି ଯେ, ଆହତମାନଙ୍କୁ ଜିଲା ଡାକ୍ତରଖାନା ନିଆଯାଇଥିବା ବେଳେ କ୍ରୋଧିତ ସ୍ଥାନୀୟ ଲୋକମାନେ ରାସ୍ତାରେ ‘ଚକ୍କା ଜାମ’ (ଅବରୋଧ) କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking