21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଦୁଲାରଚାନ୍ଦ ଯାଦବଙ୍କୁ ହତ୍ୟା: ଅନନ୍ତ ସିଂହ ଗିରଫ

ଦୁଲାରଚାନ୍ଦ ଯାଦବଙ୍କୁ ହତ୍ୟା: ଅନନ୍ତ ସିଂହ ଗିରଫ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ଏହି ସମୟରେ, ପୋଲିସ ପୂର୍ବତନ ବିଧାୟକ ଏବଂ ମୋକାମା ନିର୍ବାଚନମଣ୍ଡଳୀର ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଗିରଫ କରିଛି। ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି। ସିଂହଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ ପାଟନା ନେଇଛି। ପୋଲିସ ଶନିବାର-ରବିବାର ରାତିରେ ଅନନ୍ତ ସିଂହଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଛି। ପୋଲିସ ଅନନ୍ତ ସିଂହଙ୍କ ରିମାଣ୍ଡ ଲୋଡିବ।ଗିରଫ ହେବା ପରେ ଅନନ୍ତ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମୋକାମାର ଲୋକମାନେ ଏବେ ନିର୍ବାଚନ ଲଢ଼ିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ଜନତା ଦଳ ୟୁନାଇଟେଡ୍ ପ୍ରାର୍ଥୀ ଅନନ୍ତ ସିଂହ ଲେଖିଛନ୍ତି, ସତ୍ୟମେବ ଜୟତେ!! ମୋକାମାର ଲୋକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ତେଣୁ ନିର୍ବାଚନ ଏବେ ମୋକାମାର ଲୋକମାନେ ଲଢ଼ିବେ। ଏହି ପୋଷ୍ଟ ଫେସବୁକରେ ସେୟାର ହେବା ମାତ୍ରେ ଭାଇରାଲ ହେବାରେ ଳାଗିଛି।

ପାଟନା ପୋଲିସ ଏସଏସପି କାର୍ତ୍ତିକେୟ କେ. ଶର୍ମା କହିଛନ୍ତି ଯେ, ଅକ୍ଟୋବର ୩୦ ତାରିଖରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପଥର ମାଡ଼ ଯୋଗୁ ବହୁ ଲୋକ ଆହତ ହୋଇଥିଲେ। ଘଟଣା ପରେ, ୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ବେଦନା ଗ୍ରାମର ବାସିନ୍ଦା ଥିଲେ, ଯେଉଁଠାରେ ସଂଘର୍ଷ ଘଟିଥିଲା। ଏସଏସପି ଶର୍ମା ନିଶ୍ଚିତ କରିଛନ୍ତି ଯେ, ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଏହା ନିର୍ଣ୍ଣୟ କରାଯାଇଛି, ଏହି ମାମଲା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ସହିତ ଜଡିତ। ଯେହେତୁ ଏହା ପ୍ରାର୍ଥୀ ଅନନ୍ତ ସିଂହଙ୍କ ଉପସ୍ଥିତିରେ ଘଟିଥିଲା, ତେଣୁ ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ଏସଏସପି କହିଛନ୍ତି, ଅନନ୍ତ ସିଂହ, ତାଙ୍କ ସହଯୋଗୀ ମଣିକାନ୍ତ ଠାକୁର ଏବଂ ରଞ୍ଜିତ ରାମଙ୍କୁ ଗିରଫ କରାଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଅନନ୍ତ ସିଂହ ଆତ୍ମସମର୍ପଣ କରିନାହାନ୍ତି। ତାଙ୍କୁ ଗିରଫ କରାଯାଇଛି। ଏବେ ତିନି ଜଣଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking