22.1 C
Bhubaneswar
Thursday, February 12, 2026
Homeଓଡିଶାଲଗାଣ ବର୍ଷା ଯୋଗୁଁ ପଞ୍ଚଲିଙ୍ଗେଶ୍ୱର ପୀଠରେ ଦର୍ଶନ ବାରଣ

ଲଗାଣ ବର୍ଷା ଯୋଗୁଁ ପଞ୍ଚଲିଙ୍ଗେଶ୍ୱର ପୀଠରେ ଦର୍ଶନ ବାରଣ

ନୀଳଗିରି : ଅନିର୍ଦ୍ଦିଷ୍ଟକାଳ ପାଇଁ ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ବାରଣ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଦେବଗିରି ପାହାଡ଼ର ପାଣି ସବୁ ପ୍ରଖର ସ୍ରୋତରେ ଆସି ଶୈବପୀଠସ୍ଥଳିରେ ଲହଡ଼ି ମାରୁଛି। ପଥର ଖୋଲ ଭିତରେ ଥିବା ବାବାଙ୍କ ଶିରି ଉପର ଦେଇ ୪ଫୁଟ ଉଚ୍ଚର ପାଣି ବୋହି ଯାଉଥିବା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ପୂଜକମାନେ ଛିଡ଼ା ହୋଇ ସନ୍ଧ୍ୟା ଆଳତୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପାହାଡ଼ ପାଣିରେ ବାବା ବୁଡ଼ି ଯାଇଥିବା ଖବରପାଇ ବହୁ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ଦେଢ଼/ଦୁଇଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ଭକ୍ତଙ୍କୁ ବାରଣ କରାଯାଇଛି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking