30.1 C
Bhubaneswar
Monday, March 30, 2026
Homeଓଡିଶାଦୁବେଙ୍କୁ ମନସ୍ତତ୍ୱବିତଙ୍କୁ ଦେଖାଇବା କଥା: ନବୀନ

ଦୁବେଙ୍କୁ ମନସ୍ତତ୍ୱବିତଙ୍କୁ ଦେଖାଇବା କଥା: ନବୀନ

ଭୁବନେଶ୍ୱର: ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ମୁଁ ଆଶ୍ଚର୍ଯ୍ୟ ଏଭଳି କିଛି କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଥିବା ବେଳେ ବିଜୁ ବାବୁଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ ନେହେରୁ । ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ ଉଭୟେ । ସେହି ସମୟରେ ମୁଁ ୧୩ ବର୍ଷ ବୟସର ହୋଇଥିଲି । ଦୁବେଙ୍କୁ ମନସ୍ତତ୍ୱବିତଙ୍କୁ ଦେକାଇବା ପାଇଁ କହିଲେ ନବୀନ । ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ବିବାଦୀୟ ଦେଖାଦେଇଛି ।ଗତକାଲି  ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି ।  ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ମନ୍ତବ୍ୟକୁ ଖଣ୍ଡନ କରିବା ସହ ଏହାର ପ୍ରତିବାଦରେ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି ।   ସେହିପରି  ବିଜୁ ଏବଂ ନେହରୁଙ୍କୁ ସିଆଇଏ ସହ ଯୋଡିଛନ୍ତି  ନିଶିକାନ୍ତ ଦୁବେ । ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି  । ରାସ୍ତାକୁ ଓହ୍ଲାଇଛି ବିଜୁ ଛାତ୍ର ସଙ୍ଘ । ନିଶିକାନ୍ତ ଦୁବେ କ୍ଷମା ମାଗିବା ନେଇ ଉଠିଲା ନାରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking