29.1 C
Bhubaneswar
Saturday, September 28, 2024
Homeଓଡିଶାରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି

ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି

ପୁରୀ : ଆଜି ହେଉଛି ଦଇତା ପ୍ରବେଶ ନୀତି । ଘୋଷଯାତ୍ରା ବା ରଥଯାତ୍ରାର ବିଭିନ୍ନ ପର୍ଯ୍ୟାୟ ନୀତି ପାଇଁ ଆଜି ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏବଂ ସଂଧ୍ୟା ଧୂପ ପରେ ଦଇତାପତିମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ । ପରମ୍ପରା ଅନୁଯାୟୀ ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୁଜା କରୁଥିବା ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା । ବର୍ଷକଯାକ ଶ୍ରୀମନ୍ଦିରକୁ ଦଇତାପତିମାନେ ଯାଇଥାନ୍ତି କିନ୍ତୁ ସ୍ନାନପୁଣ୍ଣିମା ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଥାଏ ବିଶେଷସେବା । ଦଇତାପତିଙ୍କର ଶ୍ରୀମନ୍ଦିରରେ ହେଉଛି ଜନ୍ମଗତ ସେବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking