16.1 C
Bhubaneswar
Tuesday, December 9, 2025
Homeଅପରାଧବାପାକୁ ହତ୍ୟା କଲା ମଦ୍ୟପ ପୁଅ

ବାପାକୁ ହତ୍ୟା କଲା ମଦ୍ୟପ ପୁଅ

ଗଞ୍ଜାମ: ଗୋଟିଏ ଘର ଭିତରେ ଅଲଗା ରୋଷେଇ କରିବାକୁ ନେଇ ଯୁକ୍ତିତର୍କରୁ ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଓ ଗଞ୍ଜାମ ବ୍ଲକ୍ ଅଧୀନ ୟୁଡିଏସ୍‌ପୁର ପଞ୍ଚାୟତ ବାଳସିଂହପଲ୍ଲୀ ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକଜଣକ ହେଉଛନ୍ତି, ଗଣପତି ଦାସ (୫୬) । ସୂଚନାନୁସାରେ, ଗଣପତି, ପତ୍ନୀ, ଝିଅ, ପୁଅ ଗାନ୍ଧି (୩୫) ଓ ବୋହୂ ଗୋଟିଏ ଘରେ ରହୁଥିଲେ । କିନ୍ତୁ ଦୁଇବର୍ଷ ହେଲା ଗାନ୍ଧି ତା’ର ପତ୍ନୀ ସହ ଅଲଗା ରୋଷେଇବାସ କରି ପରିବାର ପ୍ରତିପୋଷଣ କରୁଛି । ଯାହାକୁ ନେଇ ବାପାପୁଅ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଥିବା ବେଳେ ଗ୍ରାମବାସୀ ହସ୍ତକ୍ଷେପ କରି ସମାଧାନ କରିଆସୁଥିଲେ । ଗତକାଲି ଅପରାହ୍ଣ ୫ଟାରେ ପୁଣି ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚରମସୀମାରେ ପହଞ୍ଚିଥିଲା ।

ରାତି ପ୍ରାୟ ୧୦ଟାରେ ଗାନ୍ଧି ପ୍ରଚୁର ମଦ ପିଇ ଘରକୁ ଆସି ପୁଣି ଗଣପତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ସେପଟେ ଗଣପତି ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ । ଉଭୟ ପରସ୍ପରକୁ ମୁଥ ମାରିଥିଲେ । ଶେଷରେ ଗାନ୍ଧି ଉତ୍‌କ୍ଷିପ୍ତ ହୋଇ ଘରେ ଥିବା କବାଟଗେଡ଼ାରେ ଗଣପତିଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲା । ଗୁରୁତର ଅବସ୍ଥାରେ ଗ୍ରାମବାସୀ ଏବଂ କିଛି ସଂପର୍କୀୟ ତାଙ୍କୁ ପ୍ରଥମେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ ହେଁ, ସଂପର୍କୀୟମାନେ ଘରକୁ ଆଣିଦେଇଥିଲେ । ଆଜି ସକାଳେ ଗଣପତିଙ୍କ ମୃତ୍ୟୁ ଘଟିଥିଲା । ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ଅଭିଯୁକ୍ତ ପୁଅ ଗାନ୍ଧିକୁ କାବୁ କରିଥିଲା । ଏନେଇ ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking