ଭୁବନେଶ୍ୱର: ଟ୍ରେନ୍ ଅଟକାଇ ଉନ୍ମତ୍ତ କାଣ୍ଡ ଘଟାଇଲା ମଦ୍ୟପ ଯୁବକ । ଟ୍ରେନ୍ ଅଟକାଇ ଦେଲା ମଦ୍ୟପ ଯୁବକ । ୪୫ ମିନିଟ୍ ଧରି ଅଟକି ରହିଲା ବନ୍ଦେଭାରତ ଟ୍ରେନ୍ । ଭୁବନେଶ୍ୱରର ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଅଟକାଇ ଦେଲା ଟ୍ରେନ୍ । ଏଭଳି କାଣ୍ଡ ଭିଆଇଛି ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଯୁବକ । ଖବର ପାଇ ଆରପିଏଫ ଓ ଜିଆରପି ପୋଲିସ ପହଞ୍ଚି ମଦ୍ୟପକୁ କାବୁ କରିଛି ।










