ଖୋର୍ଦ୍ଧା : ମାତିଛି ପାଗଳା ମାଙ୍କଡ ଆତଙ୍କ । ଏହି ଆତଙ୍କରେ ତିନି ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ବାଲିଆପଡାରେ ଦେଖିବାକୁ ମିଳିଛି । ୨ଦିନ ତଳେ ମାଙ୍କଡ କାମୁଡାରେ ବାଲିଆପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍୍ୟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ମାଙ୍କଡ଼ ଆହୁରି ଅଧିକ ହିଂସ୍ର ହୋଇପଡିଛି । ମାଙ୍କଡ଼ଙ୍କ ଗତିଵିଧି ଲକ୍ଷ କରିବାକୁ ଆସିଥିବା ୨ ବନ କର୍ମଚାରୀଙ୍କ ସାମ୍ନାରେ ଲୋକଙ୍କୁ କାମୁଡିଛି ପାଗଳ ମାଙ୍କଡ଼ । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ମାଙ୍କଡ଼ ଧରିବାରେ ବନ ବିଭାଗ ଏବେ ବି ବିଫଳ ହୋଇଛି । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।