31.1 C
Bhubaneswar
Friday, February 6, 2026
Homeଅପରାଧ୧୮୦୦ କୋଟିର ଡ୍ରଗ୍ସ ଜବତ

୧୮୦୦ କୋଟିର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: : ଗୁଜୁରାଟ ଉପକୂଳବର୍ତ୍ତୀ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଏଟିଏସ୍ ସହଯୋଗରେ ଏହାକୁ ଜବତ କରିଛି। ଏହି ଆଣ୍ଟି ନାର୍କୋଟିକ୍ସ ଜଏଣ୍ଟ ଅପରେଶନ ଜବତ ହୋଇଥିବା ନିଶାଦ୍ରବ୍ୟ ମେଥାମ୍ଫେଟାମାଇନ ବୋଲି ସନ୍ଦେହ କରାଯାଉଛି।

ସମୁଦ୍ର ମଝିରେ ଏହି ମିଳିତ ଅପରେସନ ଆନ୍ତଃ-ଏଜେନ୍ସି ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ ଥିଲା। ଗୁଜରାଟ ଏଟିଏସରସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ସମୁଦ୍ରରେ ଏକ ସନ୍ଦିଗ୍ଧ ଡଙ୍ଗାକୁ ଅଟକାଇଥିଲା। ଆଉ ସେଥିରୁ ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଥିଲା।
ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିବା ମେସେଜରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଡ୍ରଗ୍ସ ନେଟୱାର୍କକୁ ମୂଳୋତ୍ପାଟନ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି। ସେ ଲେଖିଛନ୍ତି ଯେ ନିଶା ମୁକ୍ତ ଭାରତ ନିର୍ମାଣର ନିରନ୍ତର ଅନୁସନ୍ଧାନରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ୧,୮୦୦କୋଟି ଟଙ୍କା ମୂଲ୍ୟର ୩୦୦କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରି ଏକ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରାଯାଇଛି। ଗୁଜୁରାଟ ପୁଲିସ, ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ(ଏଟିଏସ) ଏବଂ ଭାରତୀୟ ତଟରକ୍ଷା ବାହିନୀକୁ ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking