23.1 C
Bhubaneswar
Wednesday, March 4, 2026
Homeଓଡିଶାଜେଲରୁ ନିଶା ସାମଗ୍ରୀ ଜବତ

ଜେଲରୁ ନିଶା ସାମଗ୍ରୀ ଜବତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କାରାଗାରରେ ପୁଲିସର ଚଢ଼ାଉ। ବଲାଙ୍ଗୀର ଏସ୍‌ପି ଋଷିକେଶ କ୍ଷିଲାରିଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଟାଉନ ଥାନା ପୁଲିସ ଚଢାଉ କରିଛି। ଭିତରେ ଛାନଭିନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜେଲରୁ ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଳମ ସହ ବିଭିନ୍ନ ସମାଗ୍ରୀ ଜବତ ହୋଇଥିବା ସୂଚନା। ଏହି ଚଢ଼ାଉରେ ଆଡିସନାଲ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୯ ଅଫିସର ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳ ୬ ଟା ସମୟରେ ବଲାଙ୍ଗିର ଏସପି ଅଚାନକ ଜେଲ ପରିଦର୍ଶନରେ ଆସିଥିଲେ । ତାଙ୍କ ସହିତ ଆଡିସନାଲ ମାଜିଷ୍ଟ୍ରେଟ, ବଲାଙ୍ଗିର ଏସଡିପିଓ, ଟାଉନ ଥାନା ଆଇଆଇସି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଜେଲ ଭିତରେ ବୁଲି ପ୍ରତି ୱାର୍ଡକୁ ଯାଞ୍ଚ କରିଥିଲେ। ତେବେ ଯାଞ୍ଚ ସମୟରେ ନିଶା ସେବନ ଦ୍ରବ୍ୟ ଯଥା ଭାଙ୍ଗ, ବିଡି,ଆଦି ଜବତ ହୋଇଥିବା ଜଣାପଡିଛି । ସେହିଭଳି ଦୁଇଟି ଲାଇଟର ମଧ୍ୟ ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ,, ଗତ ଚାରି ପାଞ୍ଚ ଦିନ ତଳେ ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଥିଲା। କୁଖ୍ୟାତ ଅପରାଧୀ ବବଲୁ ମହାନନ୍ଦ, ବିଶାଲ ସୁନା ଓ ଛୋଟୁ ଖାନ ମଧ୍ୟରେ ବିବାଦ ହୋଇଥିଲା। ବାହାର ବିବାଦକୁ ନେଇ ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଥିଲା। ତେବେ ଆଜି ଏସପି ଅଚାନକ ପହଞ୍ଚି ଜେଲ ବୁଲି ଦେଖିଛନ୍ତି। ମିଳିଥିବା ଜିନିଷ ଗୁଡ଼ିକ ଜେଲକୁ କେମିତି ଆସିଲା। କିଏ ଆଣିଲା ସେ ସବୁ ଘଟଣାର ତଦନ୍ତ ହେବ ଏବଂ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking