ଢେଙ୍କାନାଳ: ଢେଙ୍କାନାଳରେ ଦୁର୍ଘଟଣା ଘଟାଇଲେ ନିଶାସକ୍ତ ପୋଲିସ କର୍ମଚାରୀ । ଜୁବୁଲି ଟାଉନ କଦମ ଛକଠାରେ ଏକ ଠେଲା ଗାଡିକୁ ଧକ୍କା ଦେଲେ ପୋଲିସ ବାବୁ । ତାପରେ କାର ଉପରୁ ନିୟନ୍ତ୍ରଣ ହରାଇ ଏକ ଘର ଗେଟ୍ ଭାଙ୍ଗି ଭିତରେ ପଶି ଯାଇଥିଲେ । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା ଓ ଶିଶୁ । ନିଶାସକ୍ତ କର୍ମଚାରୀ ରିଜର୍ଭ ପୋଲିସରେ କାର୍ଯ୍ୟରତ ଈଶ୍ୱର ଚନ୍ଦ୍ର ତରାଇ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିବା ସହ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।