ପୁରୀ: ପୁଣି ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରଲ ହୋଇଥିବା ଖବର ସମ୍ନାକୁ ଆସିଛି । ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ । ଭାଇରଲ ଭିଡିଓରେ ବାରମ୍ଭାର ଆସୁଛନ୍ତି ଜଣେ ଚୁନେରା ସେବାୟତ । ଭିଡିଓ ବେଳେ ସେବାୟତ ଜାଣିଥିବା ଭଳି ଜଣାପଡୁଛି । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି । ମେ ୩୦ ତାରିଖରେ ଫେସବୁକରେ ଭିଡିଓ ଅପଲୋଡ ହୋଇଛି । ପଶ୍ଚିମବଙ୍ଗ ନବଦ୍ୱୀପର ଯୁବକ ଫେସବୁକରେ ଅପଲୋଡ କରିଛନ୍ତି ।