ପୁରୀ: ଆଜି ରାତିରେ ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଛି। ଡ୍ରୋନ ଆକାଶରେ ଉଡୁଥିବାବେଳେ ପୁଲିସ ତଳେ ବାଇକରେ ଏହାକୁ ଠାବ କରିବାକୁ ଚେଷ୍ଟା କରି ବିଫଳ ହୋଇଛି । ଏହାକୁ ଦେଖିବା ପରେ ସିଂହଦ୍ୱାର ଥାନା ପୋଲିସ ମନ୍ଦିର ଚାରିକଡ ପରିକ୍ରମା ମାର୍ଗରେ ଧରି ବୁଲୁଥିବା ବେଳେ ଏହି ଡ୍ରୋନଟି ଉଭାନ ହୋଇଯାଉଥିଲା । ଏହାକୁ ନେଇ ସେବାୟତମାନେ ଚିନ୍ତା ପ୍ରକଟ କରିଛନ୍ତି । ଖବର ନେବାରେ ଜଣାପଡିଛି ଯେ ଆଜି ରାତିରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନଟି କେଉଁଠାରୁ ଆସିଥିଲା, କେଉଁମାନେ ଏହାକୁ ନିୟନ୍ତ୍ରଣ କରିଥିଲେ, ସେ ସମ୍ପର୍କରେ ପୁଲିସ କୌଣସି ପ୍ରକାର ତଥ୍ୟ ସଂଗ୍ରହ କରିପାରିନାହିଁ । ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ନିକଟରେ ଆଣ୍ଟି ଡ୍ରୋନ ଟ୍ରାକିଂ ବ୍ୟବସ୍ଥା ସକ୍ରିୟ ରହିଥିବାରୁ କିଛି ଡ୍ରୋନକୁ ପୋଲିସ ଖସାଇଥିଲା। ମାତ୍ର ଏବେ ଏହି ବ୍ୟବସ୍ଥା କୁଆଡେ ଗଲା ବୋଲି ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଉପରେ ଓ ବେଢା ପରିକ୍ରମା ଉପରେ ବାରମ୍ବାର ଡ୍ରୋନ ଉଡୁଥିବା ବେଳେ ପୁଲିସ କିଛି କରିପାରୁନାହିଁ ।










