ପାକିସ୍ତାନ: ରାୱଲପିଣ୍ଡି ଷ୍ଟାଡିଅମ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଫଳରେ ଛାନିଆ ହୋଇଛି ପାକିସ୍ତାନ । । କ୍ରିକେଟରଙ୍କୁ ରାୱଲପିଣ୍ଡି ଛାଡିବାକୁ ପିସିବି ନିର୍ଦ୍ଦେଶ ଦେଇଛି । ପିଏସଏଲରେ ଭାଗ ନେଇଥିବା ଖେଳାଳିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିଏସଏଲ ମ୍ୟାଚ ପୂର୍ବରୁ ଭାରତ ରାୱଲପିଣ୍ଡିରେ ଡ୍ରୋନ ଆଟାକ କରିଛି । ରାୱଲପିଣ୍ଡି କ୍ରିକେଟ ଷ୍ଟାଡିଅମ କ୍ଷତିଗ୍ରସ୍ତ ହୋଇଛି । ଡ୍ରୋନ ଆକ୍ରମଣ ପରେ ଭୟଙ୍କର ନିଆଁ ଜାଳିବାର ଦେଖାଦେଇଛି । ରେସ୍ କୋର୍ସ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି । ରାୱଲପିଣ୍ଡିରେ ଲଗାତାର ବାଜୁଛି ସାଇରନ୍ । ରାୱଲପିଣ୍ଡି ଷ୍ଟାଡିଅମରେ ଖେଳାଳିଙ୍କୁ ଉଦ୍ଧାର କଲା ପାକ୍ ସେନା । ରାୱଲପିଣ୍ଡି ସମେତ ଲାହୋର, କରାଚୀ, ରାୱଲପିଣ୍ଡି ଭଳି ୧୨ଟି ସ୍ଥାନରେ ଆକ୍ରମଣ ହୋଇଛି । । ଖେଳାଳିଙ୍କୁ ତୁରନ୍ତ ସ୍ଥାନାନ୍ତର କରିଛି ପାକ ସେନା । ସୂଚାନଥାଉ କି, ଆଜି କିଛି ସମୟ ମଧ୍ୟରେ ପିଏସଏଲ ମ୍ୟାଚ ହେବାର ଥିଲା ।