20.1 C
Bhubaneswar
Saturday, December 6, 2025
Homeଓଡିଶାନିଜର ଦାବି ପୂରଣ ପାଇଁ ଆନ୍ଦୋଳନରେ ଡ୍ରାଇଭର

ନିଜର ଦାବି ପୂରଣ ପାଇଁ ଆନ୍ଦୋଳନରେ ଡ୍ରାଇଭର

ରାୟଗଡା: ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ରେ ବିଭିନ୍ନ ଗାଡି ଚଳାଉଥିବା 13 ଗୋଟି ପଞ୍ଚୟତ ର ପ୍ରାୟ 650 ରୁ 700 ଜଣ ଡ୍ରାଇଭର ଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ରେ ମୁନିଗୁଡା ର ମସାଣି ନାଳ ନିକଟରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ନିଜର ଦାବୀ ପୂରଣ ପାଇଁ ଆନ୍ଦୋଳନ ରେ ବସିଛନ୍ତି । ପୂର୍ବ ସରକାର ଙ୍କ ଠାରେ ଏଇ ଦାବୀ ପୂରଣ ପାଇଁ ପୂର୍ବରୁ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କର ମୁଖ୍ୟ ଦାବୀ ବୀମା ସେବାକୁ ପୂର୍ବ ନବୀନ ସରକାର ପାରିତ କରିଥିବା ବେଳେ , ରାୟଗଡା ଜ଼ିଲ୍ଲା ର କଲ୍ୟାଣ ସିଂହପୁର ରୁ ଜଣେ ଡ୍ରାଇଭର ଓ କୋଲନରା ରୁ ଜଣେ ଡ୍ରାଇଭର ଙ୍କ ପରିବାର କୁ ବୀମା ର ସମ୍ପୂର୍ଣ୍ଣ ଲାଭ ମିଳିଥିବା ବେଳେ ମୁନିଗୁଡା ବ୍ଲକ ର 4 ଜଣ ଡ୍ରାଇଭର ଙ୍କ ବୀମା ପାଇଁ ଆବେଦନ ରହିଛି କିନ୍ତୁ ଏଯାଏଁ ଚୂଡ଼ାମଣି ଦଳେଇ , ଯଶବନ୍ତ ସାହୁ, ତପନ ପାତ୍ର, ତରୁଣୀ ଗୌଡ଼ ଙ୍କ ପରିବାର ଙ୍କୁ ପ୍ରାୟ 4 ମାସ ହେବ ବୀମା ଅନ୍ତର୍ଭୁକ୍ତ ହୋଇ ମଧ୍ୟ କୌଣସି ସୁବିଧା ମିଳିପାରି ନାହିଁ । ତେବେ ନୂଆ ସରକାର ଙ୍କ ଠାରେ ଅନ୍ୟ 6 ଟି ଦାବୀ ପାଇଁ ଅଡ଼ି ବସିଛନ୍ତି ଡ୍ରାଇଭର ମହାସଂଘ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଏଭର ଏଣ୍ଡ ୱାର୍କର ୱେଲଫର ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯାଉ , ଜନ ସାଧାରଣ ଙ୍କ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଏଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ କରାଯାଉ, ବୃତ୍ତିଗତ ଡ୍ରାଇଭର ଙ୍କୁ 60 ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡି ଗୁଡିକ ପାର୍କିଙ୍ଗ ଏବଂ ଡ୍ରାଇଭର ଙ୍କ ବିଶ୍ରାମ ପାଇଁ ପାର୍କିଙ୍ଗ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ପ୍ରତି 100 km ଅନ୍ତରରେ କରାଯାଉ, ଓଡିଶା ରେ ଥିବା ପ୍ରତ୍ୟେକ ଖଣି ଖାଦନ ଏବଂ କାରଖାନା ଗୁଡିକରେ 70 % ଓଡିଶା ର ଡ୍ରାଇଭର ଙ୍କୁ କାମ କରିବା ପାଇଁ ଅଗ୍ରାଧିକାର, ସେପ୍ଟେମ୍ବର 1 ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା ପାଇଁ ଦାବୀ ରହିଛି  ତେବେ ବର୍ତମାନ ର ମୋହନ ସରକାର ଙ୍କୁ ଏ ବାବଦ ରେ ପୂର୍ବରୁ ଏକ ଲିଖିତନାମା ଦିଆଯାଇଛି କିନ୍ତୁ ସରକାର ଏ ଯାଏଁ କୌଣସି ନିଷ୍ପତି ନେଇ ନ ଥୁବାରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡି ଆନ୍ଦୋଳନ ରେ ବସିବାକୁ ଓଡିଶା ଡ୍ରାଇଭର ସଙ୍ଘ ନିଷ୍ପତି ନେଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking