ରାୟଗଡା: ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ବାଙ୍ଗି ଛକରେ ଏକ ଟ୍ରଲର ଚାପାରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ବିହାରର ଶ୍ରୀରାଜ ଅନସାରୀ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ଜଣାପଡିଛି ଯେ, ଗତକାଲି ଅପରାହ୍ଣ ୪ଟା ବେଳେ ଛତିଶଗଡ ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଉଥିବା ଏକ ଟ୍ରଲର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଙ୍ଗି ଛକରେ ଅଟକି ରହିଥିଲା । ଏହି ସମୟରେ ଗାଡିରେ ଚାଳକ ଶ୍ରୀରାଜ କାହିଁକି ଗାଡି ଅଟକିଲା ତାହାର ଅନୁଧ୍ୟାନ କରିବା ସମୟରେ ହଠାତ ଟ୍ରଲର ଟକା ଗଡିଯିବାରୁ ଚକାତଳେ ଚାପି ହଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଅଞଚି ମୃତଦେହକୁ ଜବତ କରି ଗୁଣପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତିା ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ କରୁଥିବା ଥାନା ଅଧିକାରୀ ସୁନୀତା ବେହେରା ସୂଚନା ଦେଇଛନ୍ତି ।










