15.1 C
Bhubaneswar
Tuesday, January 13, 2026
Homeଓଡିଶାରାସ୍ତାରେ କ୍ୟାମେରା ଚାଲାଣରେ ଚାଳକ ଅତିଷ୍ଠ

ରାସ୍ତାରେ କ୍ୟାମେରା ଚାଲାଣରେ ଚାଳକ ଅତିଷ୍ଠ

ଧର୍ମଶାଳା: ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଲଗାଯାଇଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଅଜଥାରେ ଚାଲାଣ କଟୁଥିବା ନେଇ ଗାଡି ଚାଳକ ଓ ମାଲିକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । କେତେବେଳେ ରାସ୍ତାର କେଉଁ ସ୍ଥାନରେ ଚାଲାଣ କଟୁଛି ତାହା ଗାଡିମାଲିକଙ୍କ ମୋବାଇଲରେ ମେସେଜ୍ ଆସିବା ପରେ ଜଣାପଡୁଛି। ଏଭଳି ସମସ୍ୟା ଯୋଗୁଁ ଏବେ ରାସ୍ତାରେ ଗାଡି ଚଳାଇବା ଚାଳକମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ସାଧାରଣତଃ କାର୍‌ଗୁଡିକ ରାସ୍ତାରେ ୮୦ରୁ ୧୦୦ କିଲୋମିଟର ବେଗରେ ଚାଲିବାର ସରକାରୀ ନିୟମ ରହିଛି। ସରକାରଙ୍କ ଦ୍ୱାରା ପ୍ରଦତଃ ବେଗରେ କାର ଚାଲିଲେ ମଧ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ମନଇଛା ଚାଲାଣ କଟୁଛି। ଯାହା ଫଳରେ ଜଣେ ସାଧାରଣଲୋକେ କାରରେ କୌଣସି ସ୍ଥାନକୁ ଯିବାକୁ ନିରାପଦ ମଣୁନାହାନ୍ତି ।

ଗାଡି ଗୁଡିକର ଇନ୍ସୁରାନ୍ସ, ଫିଟନେସ, ପଲ୍ୟୁସନ୍ ସାର୍ଟିଫିକେଟ ଠିକଥିବା ବେଳେ ଗାଡିର ବେଗ ଆବଶ୍ୟକ ହିସାବରେ ରହି ମଧ୍ୟ ଅନେକ ସମୟରେ ଚାଲଣ କଟୁଥିବା ଘଟଣା ନଜରକୁ ଆସୁଛି। ଏଥିପ୍ରତି ବିଭାଗ ସଚେତନ ହେବାର ଆବଶ୍ୟକତା ରହିଛି। ତେବେ ବେଆଇନ ଓ ଅନାବଶ୍ୟକ ଭାବେ ଚାଲାଣ କାଟିବାର ମୁଖ୍ୟ କାରଣ ହେଉଛି। କ୍ୟାମେରା ଅପରେସନ ସ୍ଥାନରେ ବସୁଥିବା ଅପରେଟର ତଥା କର୍ମଚାରୀମାନଙ୍କ ଉପରେ ଚାଲାଣ କାଟିବା ପାଇଁ ଏକ ଟାର୍ଗେଟ ରହୁଛି। ଏହି ଟାର୍ଗେଟ ପୂରଣ କରିବା ଲାଗି ଅପରେଟରମାନଙ୍କ ନଜରକୁ ଯେଉଁ ଗାଡିଗୁଡିକ କ୍ୟାମେରାରେ ଆସୁଛି ଯାହାର କୌଣସି ଭୁଲ୍ ଥାଇ ମଧ୍ୟ ସେମାନେ ଚାଲାଣ କାଟି ନିଜର ଦାୟିତ୍ୱ ସାରିଦେଉଛନ୍ତି। ଏଭଳି ଅବସ୍ଥାରେ ଜଣେ ଗାଡିମଲିକ କି ହୀନସ୍ତା ଭୋଗୁଛି ତାହା ଯିଏ ଅଙ୍ଗେ ନିଭାଉଛି ସେହିଁ ଜାଣୁଛି। ଏଥିଲାଗି ଉଚ୍ଚ ପଦବୀରେ ଏସି ରୁମ୍‌ରେ ବସୁଥିବା ଅଧିକାରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି। ନଚେତ ଏହାର ପରିଣାମ ସରକାରଙ୍କୁ ହିଁ ଭୋଗିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking