17.1 C
Bhubaneswar
Wednesday, February 4, 2026
Homeଓଡିଶାଚଳନ୍ତା ବସ୍‌ରେ ଡ୍ରାଇଭର୍‌ଙ୍କୁ ହୃଦ୍‌ଘାତ; ୨୫ଜୀବନ ବଞ୍ଚାଇ ନିଜେ ଚାଲିଗଲେ

ଚଳନ୍ତା ବସ୍‌ରେ ଡ୍ରାଇଭର୍‌ଙ୍କୁ ହୃଦ୍‌ଘାତ; ୨୫ଜୀବନ ବଞ୍ଚାଇ ନିଜେ ଚାଲିଗଲେ

ମାଲକାନଗିରି: ଓଏସ୍‌ଆରଟିସି ବସ୍ ଡ୍ରାଇଭର୍ ପାରୁପଲ୍ଲୀ ସାଇ କୃଷ୍ଣକୁମାର। ଯିଏକି ଆଜି ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଅକସ୍ମାତ ଦେହାନ୍ତ ହୋଇଛି ଡ୍ୟୁଟିରେ ଥିଲାବେଳେ। ନିଜେ ଚାଲିଗଲେ ପଛେ, କିନ୍ତୁ ତାଙ୍କ ଭରସାରେ ଗାଡ଼ିରେ ବସିଥିବା ୨୫ଜଣ ଯାତ୍ରୀଙ୍କ ଜୀବନକୁ ସୁରକ୍ଷା ଦେବାରେ ସେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟରତ ଡ୍ରଶଇଭରଙ୍କ ମୃତ୍ୟୁ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ବୁଧବାର ରାତି ପ୍ରାୟ ୧୦ଟା।

ରାଜ୍ୟ ପରିବହନ ବିଭାଗର ଏହି ବସ୍ ବିଜୟନଗରମରୁ ମାଲକାନଗିରି ଅଭିମୁଖେ ଆସୁଥିଲା। ବସଟିକୁ ଚଲାଉଥିଲେ ମାଲକାନଗିରି ଜିଲ୍ଲାର ଡ୍ରାଇଭର୍ ପି.ସାଇକ୍ରିଷ୍ଣା। ବିଜୟନଗରମରୁ ଶୁଙ୍କି ଓ ସାଲୁର ଘାଟି ଦେଇ ପାଖାପାଖି ୧୩୦ କିଲୋମିଟର ଗାଡ଼ି ଚଲାଇବା ପରେ ଡୁମୁରିପୁଟ ନିକଟରେ ହଠାତ୍ ପି. ସାଇକ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣିକି ସେ ଆଉ ଗାଡ଼ି ଚଲାଇ ପାରିବେ ନାହିଁ ବୋଲି ତାଙ୍କ ସାଥୀ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟଙ୍କୁ ଜଣାଇବା ସହିତ ଗାଡ଼ିଟିକୁ ରାସ୍ତାକଡ଼ରେ ଅଟକାଇଥିଲେ। ପୂର୍ଣ୍ଣଚନ୍ଦ୍ର ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ବି ଆମ୍ବୁଲାନ୍ସ ଆସି ନ ପାରିବାରୁ ସେ ନିଜେ ବସ୍‌ଟିକୁ ତୁରନ୍ତ କୋରାପୁଟ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଏକ ଅଟୋ ଯୋଗେ ସାଇକ୍ରିଷ୍ଣାଙ୍କୁ କୋରାପୁଟ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ ସେହିଠାରେ ହିଁ ସାଇକ୍ରୀଷ୍ଣାଙ୍କର ଦେହାନ୍ତ ଘଟିଥିଲା। ରାତିରେ ସମସ୍ତ ଯାତ୍ରୀ ବସରେ ଶୋଇଥିଲା ବେଳେ କାଳେ ସେମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିବେ ସେଥିପାଇଁ ଯାତ୍ରୀମାନଙ୍କୁ ଏ ନେଇ କୌଣସି ସୂଚନା ଦେଇ ନଥିଲେ ସାଥୀ ଡ୍ରାଇଭର। ତେବେ ପି ସାଇକ୍ରୀଷ୍ଣା ଜଣେ ଉତ୍ତମ ଡ୍ରାଇଭର ଥିଲା ବେଳେ ତାଙ୍କର ଅକାଳରେ ବିୟୋଗକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ପି. ସାଇକ୍ରିଷ୍ଣା ସିନା ଚାଲିଗଲେ, ତା ସତ୍ତ୍ୱେ ବି ବସରେ ବସିଥିବା ସମସ୍ତ ଯାତ୍ରୀଙ୍କ ଜୀବନ ସେ ନିଶ୍ଚୟ ବଞ୍ଚାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking