ମାଲକାନଗିରି: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ । ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କୁ ବଞ୍ଚାଇଦେଲେ । ବସରେ ୨୫ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ବସ ଡ୍ରାଇଭର । ହୃଦଘାତରେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କିଛି ଦିନ ତଳେ ଖୋର୍ଦ୍ଧାରୁ ଏଭଳି ଖବର ସାମ୍ନାକୁ ଆସିଥିଲା । ଚଳନ୍ତା ବସରେ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା ତଥାପି ବସ ଡ୍ରାଇଭର ରାସ୍ତା କଡକୁ ନେଇ ରଖିଦେଇଥିଲେ । ଯାତ୍ରୀଙ୍କର କିଛି କ୍ଷତି ହୋଇନଥିଲା । ସମସ୍ତେ ସୁରକ୍ଷିତ ଥିଲେ । ତେବେ ଏଭଳି ଅକାଳ ମୃତ୍ୟୁ ଆସିବା , ହଠାତ ଯୁବପିଢି ହୃଦଘାତର ଶିକାର କାହିଁକି ହେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।










