ଖୋର୍ଦ୍ଧା: ଖୋର୍ଦ୍ଧାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସ୍ରେ ହଠାତ ଡ୍ରାଇଭର ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ନେଇ ଏକ ଦୁଖଦ ଖବର ସାମ୍ନାକୁ ଆସିଛି । ଡ୍ରାଇଭର ଜଣକ ହୃଦଘାତ ସତ୍ତ୍ୱେ ବସକୁ ରାସ୍ତା କଡକୁ ନେଇ ବଞ୍ଚାଇଛନ୍ତି ୪୦ରୁ ଅଧିକ ଯାତ୍ରୀଙ୍କ ଜୀବନ । ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ ବଜାର ଉପରେ ଘଟିଛି ଏହି ଅଘଟଣ । ବସ୍ ଚଳାଉଥିବା ବେଳେ ହଠାତ୍ ହୃଦଘାତର ଶିକାର ହୋଇଥିଲେ ଡ୍ରାଇଭର । ଅସୁସ୍ଥ ଅନୁଭନ କରିବାରୁ ବସ୍କୁ ରାସ୍ତାକଡରେ ଅଚକାଇଥିଲେ । ବସ୍ ଚାଳକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।










