26.1 C
Bhubaneswar
Thursday, December 18, 2025
Homeଓଡିଶାଯାଜପୁର ଜିଲ୍ଲା ରେ ବିଭନ୍ନ ସ୍ଥାନ ରେ ଡ଼୍ରାଇଭର ଷ୍ଟିଅରିଂ ଛାଡ ଆନ୍ଦୋଳନ

ଯାଜପୁର ଜିଲ୍ଲା ରେ ବିଭନ୍ନ ସ୍ଥାନ ରେ ଡ଼୍ରାଇଭର ଷ୍ଟିଅରିଂ ଛାଡ ଆନ୍ଦୋଳନ

ଯାଜପୁର: ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୭ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଏହି କ୍ରମରେ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନେ ଧାରଣାରେ ବସି ରହିଛନ୍ତି। ୧୬ନଂ ଜାତୀୟ ରାଜପଥ ଜାରକା ବସ ଷ୍ଟାଣ୍ଡ , କଲିଙ୍ଗ ନଗର ବିଜୁ ପଟ୍ଟନାୟକଙ୍କ ମାର୍ଗ ସୁକିନ୍ଦା ଖଣି ଅଞ୍ଚଳ କୁହିକା ଓ ବିଭିନ୍ନ 16 ନ 20 ନ ଜାତୀୟ ରାଜପଥ ନିକଟରେ ଆଜି ସକାଳୁ ଡ୍ରାଇଭର ସଂଘର ଶତାଧିକ ସଦସ୍ୟ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛନ୍ତି। ବିଶେଷ କରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା, ଡ୍ରାଇଭର ମାନଙ୍କ ପାଇଁ ଗାଡି ପାର୍କିଂ ସହ ବିଶ୍ରାମ ନେବା ପାଇଁ ବିଶ୍ରାମାଗାର ଓ ସୌଚାଳୟ ନର୍ମାଣ, ସାମାଜିକ ସୁରକ୍ଷା, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ସରକାର ଦାବି ଗୁଡିକୁ ବିଚାରକୁ ନନେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁସରକାର ଙ୍କୁ ଚେତାବନୀ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking