35.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଗାଡ଼ିରେ ନିଆଁ ଲଗାଇଦେଲେ ଡ୍ରାଇଭର

ଗାଡ଼ିରେ ନିଆଁ ଲଗାଇଦେଲେ ଡ୍ରାଇଭର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସଛି ଏକ ଅଭାବନୀୟ ଘଟଣା। ଜଣେ ଗାଡ଼ି ଡ୍ରାଇଭର ଏକ କାରରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାରରେ ଶନିବାର ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ଏକ କାର ରାସ୍ତାରେ ଯାଉଥିବା ବେଳେ ବିନିକା ସହରର ନୂଆବଜାର ନିକଟରେ ଗାଡ଼ିର ଏକ ଚକ ହଠାତ୍‌ ଫାଟିଯାଇଥିଲା। ଏଥିରେ ଗାଡ଼ି ଡ୍ରାଇଭର ରାଗିଯାଇ ପେଟ୍ରୋଲ ଢାଳି କାରରେ ନିଆଁ ଲଗାଇ ଦେଇଥିଲେ। ଫଳରେ କାର୍‌ ସମ୍ପୂର୍ଣ୍ଣ ପୋଡି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking