ନୂଆଦିଲ୍ଲୀ: କାର ଉପରକୁ ପୋଲ ଖସିପଡିବାରୁ ଚାଲିଗଲା ଜଣଙ୍କର ଜୀବନ । ଏହି ଘଟଣା ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲାରେ ଇନ୍ଧନ ଷ୍ଟେସନ ନିକଟରେ ଘଟିଥିଲା । ଯାଦବ ସେହି ସ୍ଥାନ ଦେଇ ଗାଡି ଚଲାଇ ଯାଉଥିବା ସମୟରେ ହଠାତ ପୋଲ ଭୁଶୁଡି ପଡିଥିଲା । ଦୁଇ ଜଣ ବାଇକ ଚାଳକ- ଏବଂ ଇ- ରିକ୍ସା ସମେତ ଅନ୍ୟ କିଛି ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ଯାଦବଙ୍କ ସମ୍ପର୍କୀୟ ଏବଂ ଦଳୀୟ ସମର୍ଥକମାନେ ପେଟ୍ରୋଲ ପମ୍ପରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଦୁର୍ଘଟଣାର ପାରିପାର୍ଶ୍ଵିକ ପରିସ୍ଥିତିର ପୂର୍ଣ୍ଣ ତଦନ୍ତ ନିର୍ଦ୍ଦେଶ ଦେଇଛି । ପୋଲିସ ଯାଦବଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।










