16.1 C
Bhubaneswar
Thursday, February 5, 2026
Homeଓଡିଶାଇଲେକ୍ଟ୍ରି କରେଣ୍ଟ ଲାଗି ଡ୍ରାଇଭରଙ୍କ ମୃତ୍ୟୁ

ଇଲେକ୍ଟ୍ରି କରେଣ୍ଟ ଲାଗି ଡ୍ରାଇଭରଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ତାରିଣୀ ଛକ ନିକଟରେ ଥିବା ଆପୋଲ ଟାୟାର ଦୋକାନ ନିକଟରେ ଇଲେକ୍ଟ୍ରି କରେଣ୍ଟ ଲାଗି ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଡ୍ରାଇଭର ଜଣକ ନାମ ସୁଦାମ ଚନ୍ଦ୍ର ଗୋଛି (୪୨) ଏବଂ ସେ କଟକ ଜିଲ୍ଲା ଗୁରୁଡ଼ିvଝାଟିଆ ଥାନା ଅନ୍ତର୍ଗତ ଗୋବରା ରାଜବଲ୍ଲଭପୁର ଗ୍ରାମର ବୋଲି ଜଣାପଡିଛି। ସେ ଆପୋଲ ଟାୟାର ଦୋକାନ ନିକଟକୁ ଆଲଜମେଣ୍ଟ କରିବାକୁ ହାଇୱା ଗାଡ଼ି ନମ୍ବର ଓଡ଼ି୦୪ଆର ୨୧୦୧ କୁ ନେଇ ଆସିଥିଲେ। ସେଠାରେ ଗାଡ଼ି ଡାଲା ଟେକିଲା ବେଳେ ଲାଇନ ତାର ରେ ଲାଗିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜେନାପୁର ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତ ଦେହକୁ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking