26.1 C
Bhubaneswar
Friday, April 3, 2026
Homeଓଡିଶାବର୍ଷା ଋତୁରେ ପିଇବା ପାଣି ସଂକଟ ; ଚୁଆରୁ ଛତାଧରି ପାଣି ବୋହୁଛନ୍ତି ଟିକରପଡ଼ା ମହିଳା

ବର୍ଷା ଋତୁରେ ପିଇବା ପାଣି ସଂକଟ ; ଚୁଆରୁ ଛତାଧରି ପାଣି ବୋହୁଛନ୍ତି ଟିକରପଡ଼ା ମହିଳା

ଯାଜପୁର : ବର୍ଷାଋତୁ ରେ ବି ପିଇବା ପାଣି ସଂକଟ। କଥାଟା କାନକୁ ଅଖାଡ଼ୁଆ ଲାଗୁଥିଲେ ବି ନିଛକ ସତକଥା। ମହିଳାମାନେ ଛତାଧରି ଚୁଆ ପାଖରେ ଭିଡ଼ ଲଗାଉଛନ୍ତି। ସେଠାରୁ ଗୋଟିଏ ହାତରେ ଛତା ଓ ଅନ୍ୟ ହାତରେ ପାଣିଭାର କାଖେଇ ଘର ଆସୁଛନ୍ତି। ଏହି ଘଟଣା ଟି ସୁକିନ୍ଦା ଖଣି ଅଞ୍ଚଳ ରେ ୧୦ ରୁ ୧୨ ଦିନ ଧରି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବା କୁ ମିଳିଚି ଯାଜପୁର ଜିଲ୍ଲା କଅଁସ ପଞ୍ଚାୟତ ଦୁର୍ଗମ ଟିକରପଡ଼ା ଗାଁରେ ଦେଖିବାକୁ ମିଳୁଛି।
ଲଗାଣବର୍ଷା ପାଇଁ ଗାଁରେ ସୂର୍ଯ୍ୟ ଉଦୟ କିମ୍ବା ଅସ୍ତ ଜଣାପଡ଼ୁନି। ଖରା ବି ପଡ଼ୁନି। ଫଳରେ ଗାଁର ‌ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ ପ୍ରାୟ ପଡ଼ିରହିଛି। ସୁକିନ୍ଦା ମେଗା ପାନୀୟ ଜଳ ପ୍ରକଳ୍ପ ନଗଡ଼ାକୁ ଛୁଇଁଥିଲେ ହେଁ ଏଠାରେ ଅପହଞ୍ଚ। ଏଣୁ ବିକଳ୍ପ ବେବସ୍ତାନାହିଁ l ପିଇବା ପାଣି ଓ ରୋଷେଇ ପାଇଁ ଗାଁ ତଳସାହିର ୧୮ ଗୋଟି ଗରିବ ଆଦିବାସୀ ପରିବାରର ମହିଳାମାନଙ୍କୁ ବସ୍ତି ଠାରୁ ପାଖାପାଖି ଦେଢ଼ କିଲୋମିଟର ଦୂର ଆମ୍ବଗଡ଼ିଆ ଝରଣା ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ସେଠାରୁ ଆବଡ଼ା ଖାବଡ଼ା ପାହାଡ଼ି ଗୁଳାବାଟରେ ମୁଣ୍ଡ ଓ କାଖରେ ପାଣିଭାର ବୋହି ଭାରସାମ୍ୟ ରଖି ଚାଲିବା କେତେ ପୀଡ଼ାଦାୟକ ଯିଏ ଯାଉଛି ସେ ଜାଣୁଛି ‌ବୋଲି କହନ୍ତି ହୀରା ଗଇପାଇ, ଦଶମା ବାରି, ବାସୀ ଗଇପାଇ, ଦ୍ରୌପଦୀ ଜୁଆଙ୍ଗ ଓ ସୁମି ବାରି। ବାଟସାରା ଝର ଫିଟି ପାଣି ପଚରପଚର ଭିତରେ ପାଣି ଆଣିବାକୁ ପଡ଼ୁଥିବା ଦର୍ଶାଇ ମହିଳାମାନେ ଦୁଃଖ ପ୍ରକାଶ କରିଥିଲେ। ବହୁ ସମୟରେ ସୌର ପାଣି ପ୍ରକଳ୍ପର ଅଚଳାବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଚନ୍ତି ତୁଳସୀ ଗଇପାଇ, ପାଲ ବାନରା, ଜାମ୍ଭିରା ବାରି(କ), ରେଢ଼ୁ ଗଇପାଇ, ଜାମ୍ଭିରା ବାରି(ଖ) ଓ ଗୁରୁବାରୀ ପିଙ୍ଗୁଆ ପ୍ରମୁଖ। ପାଣି ପ୍ରକଳ୍ପ ନାଁରେ ପ୍ରଶାସନ ତାଙ୍କୁ ଭଣ୍ଡେଇ ଦେଇଥିବା ନେଇ ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ। ଏ ସଂପର୍କରେ ସୁକିନ୍ଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଇଂ କାର୍ତ୍ତିକ ଚନ୍ଦ୍ର ଦାସଙ୍କୁ ବାରମ୍ବାର ଅଭିଯୋଗ କଲେ ତାଙ୍କ ର କୁମ୍ଭ କର୍ଣ ନିଦ୍ରା ଭଙ୍ଗ ହେଉ ନାହିଁ l ଫୋନ କଲେ ମଧ୍ୟ୍ୟ ସେ ଫୋନ୍‌ ଉଠାଇ ନାହାଁନ୍ତି ଜନ ପ୍ରତିନିଧି ନୀରବ ଦ୍ରଷ୍ଟା ସାଜି ଛନ୍ତି। ପ୍ରଶାସନ ପକ୍ଷରୁ ଗାଁରେ ସ୍ଥାୟୀ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଇବାକୁ ଗ୍ରାମବାସୀ ଦାବି କରନ୍ତି। ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ସମସ୍ୟା କୁ ସମାଧାନ ର ବାଟ ବାହାର କରୁ ନାହାଁନ୍ତି ବି ଜେ ଡି ସରକାର ଗଲା ଡବଲ ଇଞ୍ଜିନ ସରକାର କଣ କରୁଚି ତାହା ପ୍ରଶ୍ନ ବାଛି ସୃଷ୍ଟି ହୋଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking