ଭୁବନେଶ୍ୱର: ଖରାଦିନ ପୂର୍ବରୁ ଦୂର ହେବ ପାନୀୟ ଜଳ ସମସ୍ୟା । ୬ ହଜାର ୬୪୬ଟି ନୂଆ ନଳକୂପ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୫, ୨୭, ୬୯୪ଟି ନଳକୂପ କାର୍ଯ୍ୟକ୍ଷମ ହୋଇଛି । ଯାଜପୁରରେ ସର୍ବାଧିକ ୧୧୨୧ ନଳକୂପ ଖନନ କରାଯାଇଛି । କନ୍ଧମାଳରେ ୮୦୫ଟି ନଳକୂପ ଖନନ କରାଯାଇଛି । ଗୃହରେ ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।










