ଭୁବନେଶ୍ୱର: ୭୭.୧୦% ଲୋକଙ୍କ ଘରେ ପହଞ୍ଚିଲାଣି ପିଇବା ପାଣି । ଗୃହରେ ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଗୃହରେ ଉତ୍ତର ରଖିଛନ୍ତି । ୮୮.୬୬ ଲକ୍ଷ ପରିବାରରୁ ୬୮. ୩୬ ଲକ୍ଷ ଘରେ ପାଣି ପହଞ୍ଚିଛନ୍ତି । ୧୫ ହଜାର ୪୨୦ ଗାଁକୁ ସିଙ୍ଗିଲ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାଣି ଦିଆଯାଉଛି । ପରିବାର ସହ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।










