ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ଥଣ୍ଡା ଜିନିଷ ଖାଇବା, ପିଇବା ପାଇଁ ବେଶ ଭଲପାଆନ୍ତି । ଯେପରିକି ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ଫ୍ରିଜର ଥଣ୍ଡା ପାଣି ପିଇବାକୁ ବେଶ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦିନକୁ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ । ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଆଣିଥାଇପାରେ । ଯେପରିକି ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ । ପ୍ରକୃତରେ ଥଣ୍ଡା ପାଣି ହଜମ କରିବାକୁ ବହୁତ ସମୟ ଲାଗିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ କେବେବି ଥଣ୍ଡା ପାଣି ପିଇବା ଉଚିତ ନୁହେଁ । ବରଫ ପାଣି ପିଇବା ଦ୍ୱାରା ଶରରରେ ପ୍ରଚୁର କଫ ସୃଷ୍ଟି ହୋଇଥାଏ । ଗଳା ଯନ୍ତ୍ରଣା , ଗଳା ଫୁଲିବା, କଫ , ଥଣ୍ଡା ଭଳି ସମସ୍ୟା ସୃଷ୍ଟି କରିଥାଏ । ଯେଉଁମାନଙ୍କ ଶ୍ୱାସକ୍ରିୟାର ସମସ୍ୟା ରହିଛି ସେମାନେ ବରଫ ପାଣି ପିଇବା ଠାରୁ ଦୂରରେ ରହିବା ଉଚିତ । ସୂଯ୍ୟ ଅସ୍ତ ହେବା ପରେ ବା ସନ୍ଧ୍ୟା ବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ଥଣ୍ଚା ପାଣି ଅଧିକ ପିଇଲେ ପାଇଲ୍ସ ସୃଷ୍ଟି କରିଥାଏ । ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ବରଫ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ ହୋଇପାରେ । ଏପରି ପରିସ୍ଥିତିରେ ଅଳ୍ପ ପାଣି ପିଇବା ପରେ ମଧ୍ୟ ଆପଣଙ୍କୁ ପାଣି ପିଇବାକୁ ଇଚ୍ଛା ହେବ ନାହିଁ । ଏହା ଯୋଗୁଁ କମ ପାଣି ପିଇବେ । ଯାହା ଶରୀରକୁ ଡିହାଇଡ୍ରେଟ କରିପାରେ ।