21.1 C
Bhubaneswar
Monday, February 2, 2026
Homeସ୍ୱାସ୍ଥ୍ୟସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଉଷୁମ ପାଣି

ସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଉଷୁମ ପାଣି

ଭୁବନେଶ୍ୱର : ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ ସକାଳେ ଉଷୁମ ପାଣି ପିଇଥାନ୍ତି। କିନ୍ତୁ ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବାଟ୍ଟ
କୋଷ୍ଠକାଠିନ୍ୟ ଦୂର ହୁଏ : ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍‌ରେ ହୋଇଥାଏ। ଫଳରେ କୋଷ୍ଠ୍ୟ କାଠିନ୍ୟ ସହଜରେ ଦୂର ହୋଇଥାଏ।
ହୃଦୟକୁ ସୁସ୍ଥ ରଖେ : ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ୍‌। ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦଘାତ ଆଶଙ୍କା କମ୍‌ ରହିଥାଏ।
ମେଦବହୁଳତା ଦୂର କରେ: ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି କମିଥାଏ।
କିଡ୍‌ନୀ ସମସ୍ୟା ଦୂର ହୁଏ : ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅର୍ଥାତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡ୍‌ନୀ ସମସ୍ୟା ଦୂରେଇ ଯାଏ।
ଥଣ୍ଡା ଦୂର ହୁଏ : ଥଣ୍ଡା ହୋଇଥିଲେ ପ୍ରତିଦିନ ରାତିରେ ଉଷୁମ ପାଣି ପିଇଲେ ଆରାମ ଲାଗେ।
ଗଣ୍ଠିଦରଜ ଦୂର ହୁଏ: ନିୟମିତ ଉଷୁମ ପାଣିରେ ଗାଧୋଇଲେ ଗଣ୍ଠିଦରଜ କମିଥାଏ।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking